ହେ ଜଗନ୍ନାଥ!


ହେ ଜଗନ୍ନାଥ!
ତମେ ବଡ଼ଦାଣ୍ଡ ବୁଲି ଆସୁଛ
ବର୍ଷରେ ଗୋଟିଏ ଥର
ଗୁହାର ଶୁଣୁଛ ଦୁଃଖୀ
ଗରିବ ଅନାଥଙ୍କର।
ସପ୍ତ ଘୋଡା ବନ୍ଧା ରଥରେ 
ତମେ ଖୁବ ସଜୁଛ ଶୃଙ୍ଗାର
ଛେରା ପହଁରା ଦେଇ ମହାରାଜା
କରନ୍ତି ସ୍ୱାଗତ ତୁମର।
ଶହ ଶହ ଲୋକ ନାଚନ୍ତି
ହୁଳହୁଳି ଦେଇ ରଥ ଟାଣନ୍ତି
ତୁମ ପ୍ରେମରେ ହୋଇ ବିଭୋର।
ସବୁ ଆଡେ ଆନନ୍ଦମୟ
ଉଲ୍ଲାସମୟ ହୋଇ ଉଠେ
ପ୍ରଭୁ ଏଇ ବାରଦିନ ବର୍ଷର।
ତୁମର ମାୟା ଏଇଟା କେମିତି ପ୍ରଭୁ
ତମେ କାଳିଆ ହୋଇ ବିରାଜିଛ
ଲୋକଙ୍କ ମାନସ ପଟରେ।
ଘର ଘର ଗଳି ଗଳି
ଶଙ୍ଖନାଦ ଜୟ-ଜୟକାର
ଫୁଲ ପ୍ରସାଦ ସହିତ ମହକି ଉଠେ 
ପୁରୀ ବଡ଼ଦାଣ୍ଡଟି ତୁମର।
ହେ ଜଗନ୍ନାଥ!
ଅନନ୍ତ ଦୟା କରୁଣା ଅଛି ତୁମର
ଗୁହାର କରିଲେ ହରୁଛ ସମସ୍ତ
ଦୁଃଖ ପ୍ରଜାଙ୍କର।
ମାଆ ଲଷ୍ମୀଙ୍କୁ ବସେଇ ହୃଦୟରେ
ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ସଙ୍ଗେ
କରୁଛ ଧନ୍ୟ ବଡ଼ ଦାଣ୍ଡକୁ ଆମର।
ପ୍ରାର୍ଥନା ସ୍ୱୀକାର କର ହେ କାଳିଆ!
ମନ ପ୍ରାଙ୍ଗଣରୁ ହିଂସା, ନିରାଶା 
ଅନ୍ଧାରକୁ ଦୂର କରି ଭରିଦିଅ 
ପ୍ରେମ ସ୍ନେହ ଆଉ କରୁଣା ଅପାର।

© ଲତା ତେଜେଶ୍ବର

Comments

Popular posts from this blog

Someone Watching Me

नवदुर्गा